Odisha News Highlights-March 28, 2020, Saturday

ଖବର ଆଜିର
ତାରିଖ ୨୮/୦୩/୨୦୨୦,  ଶନିବାର
----------------------------------
୧-ମୁଖ୍ୟମନ୍ତ୍ରୀଙ୍କ ୨୨ ଶହ କୋଟି ଟଙ୍କାର ପ୍ୟାକେଜ୍: ତିନି ମାସର ଆଗୁଆ ରାସନ, ବୃଦ୍ଧ- ବିଧବା, ଦିବ୍ୟାଙ୍ଗଙ୍କୁ ଭତ୍ତା ଓ ଶ୍ରମିକଙ୍କୁ ଆର୍ଥିକ ସହାୟତା।

୨- ଡ୍ରିମ୍ସ କ୍ୟାମ୍ପସରେ ଯୁଦ୍ଧକାଳୀନ ଭିତ୍ତିରେ ‘କରୋନା’ ମୁକାବିଲା ପାଇଁ ପୁଣି ୬୦୦ ବେଡ ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ କରାଯିବ।

୩- କରୋନା ଯୋଗୁଁ ଅନାହାରରେ ବଞ୍ଚୁଛନ୍ତି  ବୁଲା  କୁକୁର, ଗୋରୁ ଓ ମାଙ୍କଡ, ଏମାନଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ଆଗେଇ ଆସିଲେ ଡ.ଅଚ୍ୟୁତ ସାମନ୍ତ।

୪- କରୋନା ସଂକ୍ରମିତଙ୍କ ତଥ୍ୟ ଲୁଚାଇ ନିଲମ୍ବିତ ହେଲେ ବିଧାନସଭା ଡାକ୍ତର ଲଳିତ ବେହେରା।

୫- ଗରମ ରୁ ମିଳିବନି ନିସ୍ତାର, ୪୦ ଡିଗ୍ରି ପାର ହେବ ତାପମାତ୍ରା।

୬- କରୋନା ମୁକାବିଲା ପାଇଁ ଆଗେଇ ଆସିଲା ସେନା । ଆରମ୍ଭ ହେଲା ଅପରେସନ ନମସ୍ତେ,  ଯବାନଙ୍କ ଛୁଟି ବାତିଲ. ସହାୟତା ପାଇଁ ବିଭିନ୍ନ କମାଣ୍ଡରେ ପ୍ରସ୍ତୁତ ହେଲା ହେଲ୍ପ ଲାଇନ ସେଣ୍ଟର ।

୭- ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ସହରର ଭିକାରୀ, ବେସାହାରା ଓ ବାସହରାଙ୍କୁ ମିଳିବ ମାଗଣା ରନ୍ଧା ଖାଦ୍ୟ।

୮- ପୁରୀ: ଗାଁ ଗାଁ ରେ ବାଡା,ବାହାର ଫେରନ୍ତାକୁ ପ୍ରବେଶ ମନା।

୯- କରୋନାରେ ଲମ୍ବା ଲଢାଇ ପାଇଁ RBI ପ୍ରସ୍ତୁତ।EMI ଆଦାୟ ପାଇଁ ୩ମାସ ମହଲତ, କମ୍ ସୁଧରେ ନୁଆ ଋଣ,ରେପୋ ହାର ୦.୭୫%କମିଲା।

୧୦- ଇଏମ୍‌ଆଇ ପଇଠ ସମୟ ସୀମା ଘୁଞ୍ଚାଇବା ପାଇଁ ପରାମର୍ଶ ରକ୍ଷା କରିଥିବାରୁ RBI ଗଭର୍ଣ୍ଣର ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଡ.ଅଚ୍ୟୁତ ସାମନ୍ତ।

୧୧-ବେଙ୍ଗାଲୁରୁ :୧୦ ମାସର ଶିଶୁ କରୋନା ସଂକ୍ରମିତ, କ୍ଵାରେଣ୍ଟାଇନରେ ଗୋଟିଏ ପରିବାରର ୬ ଜଣ।

୧୨-ଦେଶବାସୀଙ୍କୁ ପ୍ରସାରଣ ମନ୍ତ୍ରାଳୟର ଉପହାର, ଆଜି ଦିନ ୯ଟା ଓ ରାତି ୯ଟାରେ  ଦୂରଦର୍ଶନରେ ପ୍ରସାରିତ ହେବ ରାମାନନ୍ଦ ସାଗରଙ୍କ ରାମାୟଣ।ଡିଡି ଭାରତୀରେ  ଦିନ ୧୨ଟା ଓ ସଂଧ୍ୟା ୭ଟାରେ ପ୍ରସାରିତ ହେବ ମହାଭାରତ।

୧୩-ଇରାନରେ କରୋନା ଚିକିତ୍ସା ନାଁରେ ଲୋକେ ପିଇଲେ ବିଷାକ୍ତ ମଦ, ୩୦୦ ମୃତ୍ୟୁ।

୧୪-ମହାମାରୀ କରୋନା କବଳରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ।

୧୫-କମିବାର ନାଁ ନେଉନି କରୋନା: ସଂକ୍ରମିତ ସଂଖ୍ୟାରେ ଚୀନ୍‌କୁ ଟପିଲା ଆମେରିକା, ଇଟାଲୀରେ ମଡକ, ବିଶ୍ବରେ ମୃତ୍ୟୁ ସଂଖ୍ୟା ୨୪ ହଜାର ୮୭୫।

Post a comment

0 Comments