Odisha News Highlights-March 31, 2020, Tuesday

 

ଆଜିର ଖବର
ତାରିଖ ୩୧/୦୩/୨୦, ମଙ୍ଗଳବାର
===================

୧-ଭୁବନେଶ୍ୱର: ଏପ୍ରିଲ ୯ ତାରିଖ ସୁଦ୍ଧା ସରକାରୀ କର୍ମଚାରୀଙ୍କୁ ମିଳିବ ଦରମା ଓ ପେନସନ୍।

୨-ବିଧାନସଭାର ଦିନିକିଆ ଅଧିବେଶନ, କରୋନା ଛାଇରେ ଲୋକସେବା ଭବନରେ ଘଣ୍ଟେ ୧୫ମିନିଟ୍‌ ଚାଲିଲା ଗୃହ, ୧ଲକ୍ଷ ୫୫ହଜାର କୋଟି ଟଙ୍କାର ବ୍ୟୟ ବରାଦ ଅନୁମୋଦନ।

୩-ଏପ୍ରିଲରୁ ଜୁନ୍‌ ଅସମ୍ଭାଳ ତାତି।ଗ୍ରୀଷ୍ମକାଳୀନ ତାପମାତ୍ରା ସ୍ବାଭାବିକଠାରୁ ୦.୫ଡ଼ିଗ୍ରୀରୁ ୧ଡ଼ିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ।

୪-ମା, ମାଉସୀ ଓ ଭଉଣୀମାନଙ୍କ ଉପରେ ବୋଝ ହୁଅ ନାହିଁ । ଘରେ ମହିଳାଙ୍କ କାମରେ ପୁରୁଷମାନେ ସହଯୋଗ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ।

୫-ଓଡ଼ିଶାରେ ଆଉ ବଢିନାହିଁ ଆକ୍ରାନ୍ତଙ୍କ ସଂଖ୍ୟା । ପରୀକ୍ଷା ହୋଇଛି ୩୭୦ ଜଣଙ୍କ ରକ୍ତ ନମୂନା, ପୂର୍ବ ୩ ପଜିଟିଭି ବ୍ୟତୀତ ଅନ୍ୟ ସବୁ ନେଗେଟିଭ୍ ।

୬-ଲକ୍‌ଡାଉନ୍‌ରେ ସୀମା ଲଙ୍ଘି ପୋଲିସ ହରବର : ବଲାଙ୍ଗୀରରେ ଦୁଇ କନେଷ୍ଟବଳ ସସ୍‌ପେଣ୍ଡ, ଚାନ୍ଦବାଲିରେ ଖାଇଲେ ଠେଙ୍ଗା ପାହାର।

୭-ତାଲାବନ୍ଦ ବେଳେ ବାହାରେ ବୁଲି ବନ୍ଧା ହେଲେ ୧୪୦୦ ଜଣ । ହୋମ କ୍ୱାରେଣ୍ଟାଇନ ଭାଙ୍ଗିଲେ ହେବ କାର୍ଯ୍ୟାନୁଷ୍ଠାନ । କଡା ଚେତାବନୀ ଦେଲେ ପୋଲିସ ଡିଜି।

୮-ବିନା ଶୁଳ୍କରେ ଚିକିତ୍ସା ପାଇବେ କରୋନା ସଂକ୍ରମିତ ବ୍ୟକ୍ତି : ସମସ୍ତ ଖର୍ଚ୍ଚ ବହନ କହିବେ ରାଜ୍ୟ ସରକାର।

୯-ନୂଆ ଦିଲ୍ଲୀ: ୩୦୦ ଆକ୍ରାନ୍ତ ସଂଭାବନା; ପୁଲିସ ଘେରରେ ରାଜଧାନୀ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳ।

୧୦-21 ଦିନ ପରେ ଆଉ ବଢିବନି ଲକଡାଉନ ସମୟସୀମା, ଏ ନେଇ ସ୍ପଷ୍ଟ କଲେ କେନ୍ଦ୍ର କ୍ୟାବିନେଟ ସଚିବ।

୧୧-ନୂଆ ଦିଲ୍ଲୀ:କରୋନା ପାଇଁ ମର୍ଣ୍ଣିଂ ୱାକ୍‌ ମନା, ନ ମାନିଲେ କାର୍ଯ୍ୟାନୁଷ୍ଠାନ।

୧୨-କରୋନା ମୁକାବିଲା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଗଠନ ହେଲା 10 ଉଚ୍ଚକ୍ଷମତା ସମ୍ପନ୍ନ କମିଟି।

୧୩-ଇଟାଲୀରେ କରୋନା ସ୍ଥିତି ସାଂଘାତିକ, ମୃତକଙ୍କ ଶେଷକୃତ୍ୟ ପାଇଁ ଆଉ ମଶାଣିରେ ମିଳୁ ନାହିଁ ଜାଗା

     

Post a comment

0 Comments