Odisha News Highlights-April 02, 2020, Thursday
ଖବର ଆଜିର
ତାରିଖ ୦୨/୦୪/୨୦୨୦, ଗୁରୁବାର
====================
୧-ଖୁସି ଖବର: ରାଜ୍ୟରେ ଦ୍ବିତୀୟ କରୋନା ଆକ୍ରାନ୍ତ ଏବେ ସମ୍ପୂର୍ଣ୍ଣ ସୁସ୍ଥ, ଏମ୍ସ ହସ୍ପିଟାଲରୁ ହେଲେ ଡିସ୍ଚାର୍ଜ।
୨-ସତର୍କ କଲେ ସୁବ୍ରତ: ଆସନ୍ତା ୨ ସପ୍ତାହ ସମସ୍ତଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ସମସ୍ତେ ଜଗିରଖି ଚଳନ୍ତୁ, ୧୫ ଦିନ ଘରେ ରହି କରୋନାକୁ ହରାନ୍ତୁ।
୩-ରାଜ୍ୟରେ ଆଉ ଜଣେ ୬୦ବର୍ଷର କରୋନା ଆକ୍ରାନ୍ତ ଏମ୍ସରେ ଭର୍ତ୍ତି। ରାଜଧାନୀର ସୂର୍ଯ୍ୟନଗରର ବାସିନ୍ଦା।
୪-କରୋନା ପାଇଁ CBSEର ପଦକ୍ଷେପ – ପ୍ରଥମରୁ ଅଷ୍ଟମ ସବୁ ପାସ, ନବମ ଓ ଦ୍ୱାଦଶ ପାଇଁ କ୍ଲାସ ପରୀକ୍ଷା ଅନୁଯାୟୀ ନିଷ୍ପତ୍ତି।
୫-ନିଜ ଗ୍ରାହକଙ୍କୁ EMI ତିନି ମାସ ନଭରିବାର ସୁବିଧା ଦେଲେ ICICI,HDFC : ଜାରି ହେଲା ଗାଇଡ୍ଲାଇନ୍।
୬-ଭୁବନେଶ୍ୱର ଏଜି ଛକ ଭେଣ୍ଡିଂ ଜୋନରେ ଅଗ୍ନିକାଣ୍ଡ । ଜଳିଗଲା ୮ରୁ ଅଧିକ ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ, କାରଣ ଅସ୍ପଷ୍ଟ।
୭-ତାଲାବନ୍ଦ ଯୋଗୁଁ ବଢୁଛି ପାରିବାରିକ ବିବାଦ: ମହିଳା ଆୟୋଗ
୮-ତାତିରେ ସିଝିବ ସାରା ଓଡ଼ିଶା, ବଢିବ ତାପମାତ୍ରା ସହ ଗୁଳୁଗୁଳି।
୯-କରୋନା ଗୁଜବକାରୀଙ୍କୁ ସରକାରଙ୍କ ଚେତାବନୀ । ଆକ୍ରାନ୍ତଙ୍କୁ ନେଇ କିଛି ବି ଅପପ୍ରଚାର କଲେ କାହାକୁ ଛଡାଯିବନି, ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ।
୧୦-ଲକଡାଉନ୍: ରେଲଓ୍ୱେ ଓ ଏୟାରଲାଇନ୍ସ ଆରମ୍ଭ କଲେ ଟିକେଟ୍ ବୁକିଂ, ଏପ୍ରିଲ ୧୫ରୁ କରିପାରିବେ ଯାତ୍ରା।
୧୧-ନିଜାମୁଦ୍ଦିନ କରୋନା ହଟସ୍ପଟ:୧୮୩୦ ଚିହ୍ନଟ,୧୪୦୦ ଚାଲିଛି ଖୋଜା।
୧୨-ଧର୍ମ ଆଧାରରେ ରିଲିଫ ବାଣ୍ଟୁଛି ପାକିସ୍ତାନ, ସଂଖ୍ୟା ଲଘୁଙ୍କୁ ଦେଉନି ରାସନ।
Comments