Odisha News Highlights-April 05, 2020, Sunday


॥ ଖବର ଆଜିର ॥
ତାରିଖ ୦୫/୦୪/୨୦, ରବିବାର
--------------------------------------

୧-ଗୁଜବକାରୀଙ୍କୁ ସାବଧାନ କରାଇଲେ ପୋଲିସ ଡିଜି । କହିଲେ ସୋସିଆଲ ମିଡିଆରେ ତିକ୍ତତା କିମ୍ବା ଭୟ ସୃଷ୍ଟି କଲା ଭଳି ଅପପ୍ରଚାର କଲେ ହେବ କଡ଼ା କାର୍ଯ୍ୟନୁଷ୍ଠାନ।

୨-ଅମାନିଆଙ୍କ ବିରୋଧରେ ପୋଲିସର କଡା କାର୍ଯ୍ୟାନୁଷ୍ଠାନ । ବାହାରେ ବୁଲୁଥିବାରୁ ଭୁବନେଶ୍ୱରରେ ୪୫ ଜଣଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ପଠାଇଲା ପ୍ରଶାସନ ।

୩-ଲକ୍‌ଡାଉନ୍‌-ସଟ୍‌ଡାଉନ୍‌କୁ ୯୦ ପ୍ରତିଶତ ଲୋକ ସହଯୋଗ କରିଛନ୍ତି : ତଥାପି ନିୟମ ଉଲ୍ଲଂଘନ ଅଭିଯୋଗରେ ୨୪ଶହରୁ ଅଧିକ ଗିରଫ।

୪-ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । କଳାହାଂଡିର ୨୯ ବର୍ଷିୟ ଯୁବକଙ୍କର ଆସିଲା ପଜିଟିଭ୍ ରିପୋର୍ଟ।

୫-ନିଜାମୁଦ୍ଦୀନ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ, ୧୦୪ ନମ୍ବରରେ ତୁରନ୍ତ ଯୋଗାଯୋଗ କରନ୍ତୁ, ୨୪ଘଣ୍ଟା ମଧ୍ୟରେ ନମୁନା ପରୀକ୍ଷା ପାଇଁ ଆଗକୁ ଆସନ୍ତୁ।

୬-April 25 ଯାଏଁ ବଢିଲା OJEE ଆବେଦନ, ସ୍ଥଗିତ ରହିଲା ୟୁଜିସିନେଟ୍ ପରୀକ୍ଷା।

୭-ଲକଡାଉନରେ ପରିବହନ ବିଭାଗର ଅଭିନବ ପ୍ରୟାସ, ଆରମ୍ଭ କଲା ସଡକ ସୁରକ୍ଷା ଉପରେ ଅନଲାଇନ କୁଇଜ୍ ପ୍ରତିଯୋଗିତା, ଯୁବ ପିଢ଼ି ହେବେ ନାହିଁ ବୋରିଂ।

୮-ଗତ ରାତି ୮ଟାରୁ ଯାଜପୁର ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ ସମେତ ପ୍ରମୁଖ ବଜାର ଗୁଡିକ ୪୮ ଘଣ୍ଟା ପାଇଁ ସଟ ଡାଉନ, ପୋଲିସ ପକ୍ଷରୁ କରାଗଲା ଫ୍ଲାଗ ମାର୍ଚ୍ଚ।

୯-ଜଙ୍କିଆ:୧୨ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ, ଚୋରା ମଦ ଚାଲାଣ ବେଳେ ୪ ଜଣଙ୍କୁ ଗିରଫ କରିଛି ପୋଲିସ।

୧୦-ଅଗରତାଲା: ମିଜୋରାମ ଓ ତ୍ରିପୁରା ଜେଲରୁ ୯୦୦ କଏଦୀ ମୁକ୍ତ।

୧୧-କାଶ୍ମୀର: କୁଲଗାମରେ ସୁରକ୍ଷାବଳ ଗୁଳିରେ ଟଳିଲେ ୪ ହିଜିବୁଲ ମୁଜାହିଦ୍ଦିନ ଆତଙ୍କବାଦୀ।

୧୨-ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା: ୪ କୋଟି ମହିଳାଙ୍କୁ ମିଳିଲା ୫୦୦-୫୦୦ ଟଙ୍କା, ପର୍ଯ୍ୟାୟ କ୍ରମେ ୨୦ କୋଟି ଖାତାଧାରୀଙ୍କୁ ମିଳିବ ଏହି ରାଶି।

୧୩-ହୋନିଆରା:ସୋଲୋମନ୍‍ ଦ୍ୱୀପରେ ଭୟଙ୍କର ସାମୁଦ୍ରିକ ଝଡ଼ : ୨୮ ମୃତ।

୧୪-୨୦୦୮ ସଙ୍କଟଠୁ ମଧ୍ୟ ଆହୁରି ଶୋଚନୀୟ ହେବ ବିଶ୍ଵ ଅର୍ଥ ବ୍ୟବସ୍ଥା, IMF କହିଲା – ମାନବତା ପାଇଁ ଅନ୍ଧକାରମୟ ସମୟ।

Post a comment

0 Comments