Odisha News Highlights-April 06, 2020, Monday

ଖବର ଆଜିର
ତାରିଖ ୦୬/୦୪/୨୦, ସୋମବାର
------------------------------------------
୧-ସାମାଜିକ ଦୂରତା ନମାନିଲେ ମାଡ଼ ମାରିବ ପୋଲିସ । ସ୍ପଷ୍ଟ ନିର୍ଦ୍ଦେଶ ଦେଲେ ସରକାର, ଆଜିଠୁ ବାହାରେ ବୁଲୁଥିବା ଲୋକଙ୍କ ଉପରେ ରହିବ କଡା ନଜର ।

୨-ଏପ୍ରିଲ ୧୪ରେ ସ୍କୁଲ ଖୋଲିବା ସମ୍ପର୍କିତ  ନିଷ୍ପତ୍ତି: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

୩-ଦୋକାନୀଙ୍କ ପାଇଁ ଆଜିଠୁ କଡା ନିୟମ । ସାମାଜିକ ଦୂରତା ବଜାର ରଖିବାକୁ ସବୁ ଦୋକାନୀଙ୍କୁ ନିର୍ଦ୍ଦେଶ । ନିୟମ ଭାଙ୍ଗିଲେ ଦାୟୀ ହେବେ ଦୋକାନୀ, ବନ୍ଦ ହେବ ଦୋକାନ

୪-ପାଣିପାଗ: କାଳବୈଶାଖୀ ସମ୍ଭାବନା,ତାତି କମିବ।

୫-ଭୁବନେଶ୍ୱର:କିଣାକିଣି ପାଇଁ ବିନା ଗାଡ଼ିରେ ଯିବାକୁ ପୁଲିସ୍‌ କମିଶନରଙ୍କ କଡ଼ା ନିର୍ଦ୍ଦେଶ।

୬-ଭୁବନେଶ୍ୱର, କଟକ ଓ ଭଦ୍ରକରେ ଆଜି ସକାଳ ୭ଟାରୁ ଖୋଲିବ ତେଜରାତି ଦୋକାନ। 

୭-କଟକରେ ପୁଲିସ୍‌କୁ ଗାଳି, ଢେଲାମାଡ଼ : ୩୫ଜଣଙ୍କ ବିରୋଧରେ ଏତଲା

୮-କୁଚିଣ୍ଡା : ଦେଶୀ ମଦଭାଟି ବନ୍ଦ ରହିଥିବାବେଳେ ରନ୍ଧା ମଦ ସାମଗ୍ରୀ ଜବତ।

୯-ଜୀବନ ବୀମା ପଲିସିଧାରୀଙ୍କୁ ଆଶ୍ଵସ୍ତି: ପ୍ରିମିୟମ ପୈଠ ପାଇଁ ମିଳିଲା ଆହୁରି ୩୦ ଦିନ ସମୟ।

୧୦-ଭବିଷ୍ୟନିଧି ପାଣ୍ଠି ସଦସ୍ୟଙ୍କ ପାଇଁ  ଅନଲାଇନରେ  ତଥ୍ୟ ସଂଶୋଧନ ହେବ ସହଜ।

୧୧-ନୂଆଦିଲ୍ଲୀ:୮୯ ବର୍ଷ ବୟସରେ ପୁଣି ପିତା ହେବେ, ଫର୍ମୁଲା ୱାନର ପୂର୍ବତନ ବସ୍ ବର୍ନି ଏକ୍ଲେଷ୍ଟୋନର।

୧୨-୨୪ ଘଣ୍ଟାରେ ଆଉ ୫ ଆତଙ୍କବାଦୀଙ୍କୁ ନିପାତ କଲେ ଭାରତୀୟ ସେନା ; ମୋଟ୍‌ ୯ ନିହତ, ୩ ସହିଦ୍।

୧୩-TikTok କୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି YouTube, ଖୁବଶୀଘ୍ର ଲଞ୍ଚ ହେବ Shorts ଆପ୍।

୧୪-ଖୁବ ଶୀଘ୍ର WhatsApp ରେ ଆସୁଛି ମଲ୍ଟି ଡିଭାଇସ ଏବଂ ଅଟୋ ଡିଲିଟ ସପୋର୍ଟ।

Post a comment

0 Comments