Odisha News Highlights-April 08, 2020, Wednesday
ଖବର ଆଜିର
ତାରିଖ ୦୮/୦୪/୨୦, ବୁଧବାର
====================
୧-ଅନଲାଇନରେ ପାଠପଢିବେ ଦଶମ ପିଲା: ଚଳିତ ବର୍ଷର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ଦିଆଯିବ ଶିକ୍ଷା; ଦୀକ୍ଷା ଆପ୍ ମାଧ୍ୟମରେ ପଢ଼ାଯିବ ପାଠ।
୨-ରାଜ୍ୟର କଳାକାର ମାନଙ୍କ ପାଇଁ
ପାଇଁ ଖୁସି ଖବର, ଆଗୁଆ ଦିଆଯିବ ୪ମାସର ଭତ୍ତା, ଘୋଷଣା କଲେ ରାଜ୍ୟ ସରକାର।
୩-ଭୁବନେଶ୍ୱର: ରେଲୱେ ପ୍ଲାଟଫର୍ମର ସୁରକ୍ଷା ଯାଞ୍ଚ କରିବ ଡ୍ରୋନ କ୍ୟାମେରା।
୪-ଭୁବନେଶ୍ୱର ୟୁନିଟ ୧ ଓ ୟୁନିଟ ୪ ହାଟରେ କେବଳ ଖୋଲା ରହିବ ହୋଲସେଲିଂ ଦୋକାନ, ଜନଗହଳିକୁ ନିୟନ୍ତ୍ରଣ ଲାଗି ନିର୍ଦ୍ଦେଶ।
୫-ପୁଲିସର ବିନା ଅନୁମତିରେ ସହରରେ ଗଡିବନି ଗାଡି: ପାସ୍ ନଥିବା ଲୋକଙ୍କୁ ତେଲ ନଦେବାକୁ ସହରର ସବୁ ପେଟ୍ରୋଲ ପମ୍ପକୁ କଡା ନିର୍ଦ୍ଦେଶ।
୬-ଘରେ ଘରେ ଲୋକଙ୍କୁ ମିଳିବ
ଚିକିତ୍ସା ସେବା, ଆଜିଠାରୁ ଟେଲିମେଡିସିନ୍ ହେଲ୍ପଲାଇନ ନମ୍ବର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ରାଜ୍ୟ ସରକାର।ନମ୍ବର-୧୪୪୧୦କୁ ଫୋନ କରି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ପରାମର୍ଶ ପାଇପାରିବେ ।
୭-ବିଧାୟକଙ୍କ ହାତ ପାଣ୍ଠି ବନ୍ଦ କରିବା ପାଇଁ ବିରୋଧୀ ଦଳ ନେତାଙ୍କ ପ୍ରସ୍ତାବ : ୨ ବର୍ଷ ପାଇଁ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ।
୮-ଚନ୍ଦକାରେ SOG ଟ୍ରେନିଂ ସେଣ୍ଟରରେ ଅଘଟଣ : ଗ୍ରେନେଡ଼ ଟ୍ରେନିଂ ବେଳେ ହବିଲଦାର ମୃତ, ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଦେଲେ ପ୍ରାଣବଳି।
୯-୧୪ ଦିନ ପାଇଁ ସିଲ୍ ହେଲା ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ଅଫିସ।
୧୦-ବର ମୁମ୍ବାଇରେ କନ୍ୟା ଦିଲ୍ଲୀରେ: ଭିଡିଓ କଲରେ ହେଲା ବାହାଘର, ଧୁମ ନାଚିଲେ ବରଯାତ୍ରୀ।
୧୧-ଗ୍ରାହକଙ୍କୁ SBIର ଉପହାର, କମାଇଲା ସୁଧ ହାର, ଲୋନ୍ ନେବା ହେଲା ଶସ୍ତା।
୧୨-ଲକ୍ଡାଉନ୍ରେ ଚାଲିବ ଚାଷ କାମ :କେନ୍ଦ୍ର ଗୃହମନ୍ତ୍ରାଳୟ।
୧୩-ଲକ୍ଡାଉନ୍ ହଟିଲେ ବି ମେ ୧୫ ପର୍ଯ୍ୟନ୍ତ ବନ୍ଦ ରଖାଯାଉ ମଲ୍-ସ୍କୁଲ, ପ୍ରଧାନମନ୍ତ୍ରୀଙ୍କୁ GoMର ସୁପାରିଶ।
Comments