Odisha News Highlights-April 10, 2020, Friday
ଖବର ଆଜିର
ତାରିଖ ୧୦/୦୪/୨୦, ଶୁକ୍ରବାର
***********************
୧-ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ବଢାଇଲା ଲକଡାଉନ ଅବଧି । ଏପ୍ରିଲ ୩୦ ଯାଏଁ ତାଲାବନ୍ଦ, ଜୁନ ୧୭ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ । ମୁଖ୍ୟମନ୍ତ୍ରୀ କହିଲେ, ଜୀବନ ଆଗ ପଛେ ଅର୍ଥନୀତି ।
୨-ଭୁବନେଶ୍ୱର:ମାସ୍କ ନ ପିନ୍ଧିଲେ ପେଟ୍ରୋଲ ପମ୍ପରେ ମିଳିବନି ତେଲ, ୨୦୦ରୁ ୫୦୦ଟଙ୍କା ଜୋରିମାନା।
୩-ଆଜିଠୁ ରାଜଧାନୀରେ ଔଷଧର ହୋମ ଡେଲିଭରୀ ଆରମ୍ଭ, ଘରେ ବସି ଅର୍ଡର କଲେ ମିଳିବ ଔଷଧ।
୪-ଜେଇଇ (ମେନ) ୨୦୨୦ : ପରୀକ୍ଷା କେନ୍ଦ୍ର ସହର ଚୟନରେ ସଂଶୋଧନ।
୫-ଭୁବନେଶ୍ୱର:ନବମ ଶ୍ରେଣୀର ବାକି ପରୀକ୍ଷା ହେବନି।୫ଟି ବିଷୟର ଉତ୍ତର ଖାତା ହେବ ମୂଲ୍ୟାୟନ।
୬-୨ ହଜାର କୋଟି ଟଙ୍କାକୁ ବଢ଼ିଲା ଓଡ଼ିଶା ଆକସ୍ମିକ ପାଣ୍ଠି ରାଶି।
୭-ଲକ୍ଡ଼ାଉନ୍ ବେଳେ ଗାଡ଼ି ଜବତ କରି ପାରିବ ନାହିଁ ପୁଲିସ: ହାଇକୋର୍ଟ।ଗାଡ଼ି ଚାଳକଙ୍କଠାରୁ ମୁଚାଲିକା ଲେଖିନେଇ ଛାଡ଼ି ଦେବାକୁ ଅଦାଲତଙ୍କ ପରାମର୍ଶ।
୮-୧୨ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା, ବିଜୁଳି ଓ ବଜ୍ରପାତ ପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗର ପରାମର୍ଶ।
୯-ଭୁବନେଶ୍ୱର:୩ ମାସ ଯାଏଁ ମୋବାଇଲ ସଂଯୋଗ ନକାଟିବାକୁ ଟେଲିକମ୍ ମନ୍ତ୍ରଣାଳୟକୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ।
୧୦-ପୋଲିସକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ । ସବୁ ସୁବିଧା ହାତପାହାନ୍ତାରେ ମିଳୁନି, ଲକଡାଉନ ବେଳେ ମାନବିକତା ଭୁଲି ନଯାଉ ପୋଲିସ।
୧୧-ଆରମ୍ଭ ହେଲା ମାଆ ତାରିଣୀଙ୍କ ଚଇତି ପର୍ବ । ଲକ ଡାଉନ୍ ପାଇଁ ଖାଁ ଖାଁ ମନ୍ଦିର ବେଢା, ନା ଅଛି ଭକ୍ତଙ୍କ ଭିଡ, ନା ଅଛି ଆୟୋଜନ ।
୧୨-ଆର୍ଟ ଅଫ୍ ଗିଭିଂ ଶାଖା ପକ୍ଷରୁ ଜଳେଶ୍ୱର ଅଞ୍ଚଳରେ ଲୋକଙ୍କୁ ମାଗଣାରେ କରାଗଲା ମାସ୍କ ବଣ୍ଟନ।
୧୩-ନୁଆ ଦିଲ୍ଲୀ:ଦୈନିକ ୬୦ହଜାର ଲୋକଙ୍କ ପାଇଁ ଖାଦ୍ୟ ରାନ୍ଧୁଛି ରେଳବାଇ, ଲକ୍ ଡାଉନ୍ ଯୋଗୁଁ ଖାଦ୍ୟ ପ୍ୟାକେଟ୍ ବାଣ୍ଟିବାକୁ ମିଳୁନାହାନ୍ତି ଲୋକ !
Comments