Odisha News Highlights-April 11, 2020, Saturday

ଖବର ଆଜିର
ତାରିଖ ୧୧/୦୪/୨୦, ଶନିବାର
==================

୧-ହାଇକୋର୍ଟଙ୍କ ସାନି ନିର୍ଦ୍ଦେଶ, ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ଛଡା ଅନ୍ୟ କୌଣସି ଲୋକ ଗାଡି ନେଇ ବାହରେ ବୁଲି ପାରିବେନି।

୨-ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଆଜି। ତାଲାବନ୍ଦ ଅବଧି ବୃଦ୍ଧି ନିଷ୍ପତି ରବିବାର।

୩-ଘରୋଇ ସ୍କୁଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, “ଫି’ ହ୍ରାସ କର କିମ୍ବା ଆଦାୟ ତାରିଖ ଘୁଞ୍ଚାଅ”।

୪-ଧର୍ମଶାଳା ପୋଲିସର ଅଭିନବ ପ୍ରୟାସ, କର୍ମଚାରୀଙ୍କ ସହ ସାଇକେଲ ଚଢି ଲୋକଙ୍କୁ କଲେ ସଚେତନ।

୫-ପୁରୀରୁ ଶବ ସତ୍କାର କରି ଫେରୁଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ସମେତ ୬ଗୁରୁତର।

୬-ଲକଡାଉନ ପାଇଁ ଓଡ଼ିଶାରେ ଅଟକି ଯାଇଛି ଟ୍ରକମାନଙ୍କର ଚକ, ଅଖ ଓ ଗତି, ଭୋକ ସହିତ ଲଢେଇ କରୁଛନ୍ତି ବାହାର ରାଜ୍ୟର ଟ୍ରକ ଡ୍ରାଇଭର ଓ ହେଲ୍ପର ମାନେ।

୭-ଧର୍ମଗଡ଼:ଆଇସୋଲୋସନ ବାହାନାରେ ଡାକ୍ତରଖାନାରୁ ଚମ୍ପଟ ମାରିଲା କଏଦୀ।

୮-ଓଡିଶା ସରକାରଙ୍କ ରାସ୍ତାରେ ପଞ୍ଜାବ । ମେ’ ୧ ତାରିଖ ଯାଏଁ ଲକଡାଉନ ବୃଦ୍ଧି କରିବାକୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ନିଷ୍ପତି, ଓଡ଼ିଶା ପରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ତାଲାବନ୍ଦ ଅବଧି ବଢ଼ାଇଲା ପଞ୍ଜାବ ।

୯-ଯୋଗୀ ଆଦିତ୍ୟନାଥଙ୍କ ବଡ ପଦକ୍ଷେପ 11 ଲକ୍ଷ ଶ୍ରମିକଙ୍କୁ ପ୍ରଦାନ କଲେ 1 ହଜାର ଟଙ୍କା ସହୟତା ରାଶି।

୧୦-ସାହାରା ହେଲା ଭବିଷ୍ୟନିଧି: ଲକ୍ଡ଼ାଉନରେ ଦେଢ଼ ଲକ୍ଷ କର୍ମଚାରୀ ଉଠାଇଲେଣି ୨୮୦ କୋଟି।

୧୧-LOCରେ ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡ୍ ଉଡାଇ ଦେଲେ ଭାରତୀୟ ସେନା: ୭ ଘଣ୍ଟା ଘମାଘୋଟ୍ ଗୁଳି ବିନିମୟ।

୧୨-ଭାରତର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଫଲୋ କଲା ହ୍ୱାଇଟ୍‌ ହାଉସ୍‌, ଆମେରିକା ଇତିହାସରେ ପ୍ରଥମ।


Post a comment

0 Comments