Odisha News Highlights-April 16, 2020, Thursday

ଖବର ଆଜିର
ତାରିଖ ୧୬/୦୪/୨୦, ଗୁରୁବାର
-------------------------------------

୧-ଚଳିତ ବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା, ଜୁନ 13ରେ ଓଡିଶା ଛୁଇଁବ ମୌସୁମୀ: ଭାରତୀୟ ପାଣିପାଗ ବିଭାଗ।

୨-ଲୋକାର୍ପିତ ହେଲା ବାରିପଦା କିସ୍ ପରିସରରେ ପ୍ରତିଷ୍ଠା ହୋଇଥିବା କୋଭିଡ୍‌-୧୯ ହସ୍ପିଟାଲ୍‌, ଜିଲ୍ଲାପାଳ କଲେ ଉଦଘାଟନ।

୩-ଚାଷ ପାଇଁ ପ୍ରତି ଜିଲ୍ଲାରେ ନୋଡାଲ ଅଧିକାରୀ ନିଯୁକ୍ତି କଲେ ସରକାର। କୃଷି କାର୍ଯ୍ୟ ତଦାରଖ କରିବେ, ସରକାରଙ୍କୁ ଦେବେ ରିପୋର୍ଟ।

୪-ଜଳ ସମସ୍ୟା ଦେଖାଦେଲେ ଏହି ନମ୍ବରରେ ଫୋନ୍‌ କରନ୍ତୁ , ଟୋଲ ଫ୍ରି ନମ୍ବର ଜାରି କଲେ ସରକାର;
ଗ୍ରାମାଞ୍ଚଳରେ ଜଳ ସମସ୍ୟା ଜଣାଇବାକୁ ୧୯୧୬ ଏବଂ ସହରାଞ୍ଚଳ ପାଇଁ ୧୮୦୦ ୩୪୫୬୭୮୩ କୁ ମାଗଣାରେ ଫୋନ୍ କରିହେବ।

୫-ଚଳିତ ବର୍ଷ ନିରାଡମ୍ବର ଭାବେ ପାଳନ ହେବ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ।

୬-ଭୁବନେଶ୍ୱର: ଦହିବରା, ଗୁପଚୁପ ବ୍ୟବସାୟୀଙ୍କୁ ଦଇବ ସାହା, ବେପାର ବନ୍ଦ,ଭୋକ ଉପାସରେ ୨୦୦୦ ପରିବାର।

୭-ଭୁବନେଶ୍ୱର: ସ୍ବଳ୍ପ ସଂଚୟ ପ୍ରୋତ୍ସାହନ ସିରିଜ୍ ଉଠାଣ ଜୁଲାଇ ୨୬କୁ ଘୁଞ୍ଚିଲା।

୮-ସୁରତରେ ଶ୍ରମିକ ଅଶାନ୍ତି ତେଜିଲା,ପାଣ୍ଡୋଲୋ ଶିଳ୍ପାଞ୍ଚଳରେ ଓଡ଼ିଆ ଶ୍ରମିକଙ୍କ ବିକ୍ଷୋଭ।

୯-ସମସ୍ତ ରାଜ୍ୟ ସହ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, 3ଟି ଭାଗରେ ବିଭକ୍ତ ହେବ ଦେଶର ସମସ୍ତ ଜିଲ୍ଲା।

୧୦-JEE MAIN ଏବଂ ନିଟ୍ ତ୍ରୁଟି ସଂଶୋଧନ ଅବଧି ମେ ୩ କୁ ଘୁଞ୍ଚିଲା।

୧୧-ଆରୋଗ୍ୟ ସେତୁ ଆପ ଭାଙ୍ଗିଲା ସମସ୍ତ ରେକର୍ଡ, 13 ଦିନ ମଧ୍ୟରେ ଡାଉନଲୋଡ କଲେ 5 କୋଟିରୁ ଉର୍ଦ୍ଧ ଲୋକ।

୧୨-WHOକୁ ଆମେରିକାର ପାଣ୍ଠି ବନ୍ଦ। ବାର୍ଷିକ ୪୦୦ରୁ ୫୦୦ ନିୟୂତ ଡ଼ଲାର ଦେଇଥାଏ ଆମେରିକା।

Post a comment

0 Comments