Odisha News Highlights-April 23, 2020, Thursday

ଖବର ଆଜିର
ତାରିଖ ୨୩/୦୪/୨୦, ଗୁରୁବାର
;;;;;;;;;;;;;;;;;;;;;;;;;;;;;;;;;;;;;;;;

୧-ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍‌ ହେଲ୍‌ପ ଡେକ୍ସ, ୯୩୩୭୯୨୯୦୦୦କୁ ହାଏ ଲେଖି ପଠାଇଲେ ମିଳିବ ତଥ୍ୟ।

୨-ଅବରୋଧ ଅଞ୍ଚଳ ମୁକ୍ତ ହେଲା ଭୁବନେଶ୍ୱର । ସତ୍ୟନଗର, ସୂର୍ଯ୍ୟନଗର ଓ ବମିଖାଲରୁ ଉଠିଲା କଣ୍ଟେନମେଣ୍ଟ କଟକଣା । କିନ୍ତୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ତୀକ୍ଷ୍ଣ ନଜର ରଖିବ BMC।

୩-ସରପଞ୍ଚମାନଙ୍କ ଦକ୍ଷତା ଉପରେ ଭରସା କଲେ ନବୀନ : ବାହାର ରାଜ୍ୟରେ ଥିବା ଓଡ଼ିଆଙ୍କୁ ତାଗିଦ, ଫେରିବା ପୂର୍ବରୁ ରେଜିଷ୍ଟ୍ରେସନ୍‌ କର।

୪-ରାଜ୍ୟରେ କାଳବୈଶାଖୀ ଆଶଙ୍କା, ୧୦ ଜିଲ୍ଲାକୁ ଜାରି ହେଲା ୟୋଲୋଓ୍ଵାର୍ଣ୍ଣିଂ।

୫-ମାଣବସା ଗୁରୁବାର, ଛଉ ନୃତ୍ୟ ଏବଂ ରାବଣ ଛାୟାକୁ ମିଳିଲା କେନ୍ଦ୍ରୀୟ ମାନ୍ୟତା।

୬-ମୋତ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ: ଯେତେ କଟକଣା ହେଲେ ବି ମାନୁନାହାନ୍ତି ଅମାନିଆ; ମାସ୍କ ନପିନ୍ଧି ବାହାରେ ବୁଲୁଥିବା ୪୦ ଜଣଙ୍କଠାରୁ ୮ ହଜାର ଟଙ୍କା ଆଦାୟ କଲା ପୁଲିସ୍।

୭-ବ୍ରହ୍ମପୁର:ନକଲି ମଦ ତିଆରି ଆଡ୍ଡା ଉପରେ ଚଢ଼ାଉ: ୪୭୪୦ ଲିଟର ଦେଶୀ ମଦ ସହ ବିଭିନ୍ନ ସାମଗ୍ରୀ ଜବତ।

୮-ଓଡ଼ିଶା-ପଶ୍ଚିମବଙ୍ଗ ପ୍ରବେଶ ପଥରେ କଡ଼ା ପହରା, ବ୍ୟାପକ ଟ୍ରାଫିକ୍‌ କର୍ମଚାରୀ ମୁତୟନ।

୯-ଲକ୍‌ଡାଉନ୍‌ କୋହଳ ପରେ ରାଜ୍ୟକୁ ଫେରିବେ ୫ ଲକ୍ଷ ଶ୍ରମଜୀବି, ପଞ୍ଜିକରଣ ଲାଗି ସ୍ଵତନ୍ତ୍ର ପୋର୍ଟାଲ : ଆରମ୍ଭ ହେଲା ସରକାରଙ୍କ ହ୍ଵାଟ୍ସଆପ୍ ଇନ୍ଫୋ ଡେସ୍କ।

୧୦-ବନ୍ଧା ହେବେ ‘ଫୋନ୍-ପ୍ରେମିକ’: ୧୦୪କୁ ଫୋନ୍ କରି କହିଥିଲେ- ଆଇ ଲଭ୍ ୟୁ।

୧୧-ଭୁବନେଶ୍ବର:ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆଶ୍ୱସ୍ତିକର ଖବର; ବଢ଼ିବନି ବିଦ୍ୟୁତ୍ ଶୁଳ୍କ।

୧୨-ଭୁବନେଶ୍ବର:କରୋନା ପାଇଁ ରମଜାନରେ ସମୂହ ନମାଜ ପାଠ ମନା।

୧୩-ନୂଆ ଦିଲ୍ଲୀ:ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ୭ ବର୍ଷ ଯାଏ ଜେଲ, ମୋଟା ଅଙ୍କର ଜରିମାନା ମଧ୍ୟ ଗଣିବେ।

୧୪-ଏପ୍ରିଲ ୨୭ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ ଆଲୋଚନା।

Subscribe for our Newsletter

RE-IMAGINING THE WAY
Back to top